Nababharat News

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର

ବ୍ରହ୍ମପୁର:ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ୫ଦିନ ତଳେ ଜାମିନରେ ଆସିଥିବା ମଙ୍ଗଳା ବେହେରାଙ୍କୁ ବିଚ୍‌ ରାସ୍ତାରେ ଅପରାଧୀ ଗୋଷ୍ଠୀ ଖଣ୍ଡାରେ ଚୋଟ ଉପରେ ଚୋଟ ପକାଇ ହାଣିବାର ଦୃଶ୍ୟ ସୋସିଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୋଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି। ଜଗାଙ୍କର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାକୁ ଏବେ ଏମ୍‌କେସିଜି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ଏବେ ପୋଲିସ ହେପାଜତରେ ଚିକିତ୍ସାଧୀନ ଅଛି । ଗତ ୯ଦିନ ଭିତରେ ତିନୋଟି ବର୍ବରକାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଏବେ ଗୁଳି କରିସାରିଛି। ଏହି ଘଟଣାରେ ସଂପୃକ୍ତ ଜଗାଙ୍କ ଭାଇ ବଳିଆ ଏବେ ଫେରାର ଅଛି l

Exit mobile version