ଭୁବନେଶ୍ୱର :ଆଜି ବିରୋଧୀ ଦଳ ମୂଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି। ପ୍ରମିଳାଙ୍କ ଭୁବନେଶ୍ବର ସରକାରୀ ବାସଭବନରେ ଏକାଠି ହୋଇଛନ୍ତି ଅନେକ ବିଜେଡି ନେତା । ଏହି ବୖେଠକରେ ବିଜେଡ଼ିର ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଥିବା ଜଣାପଡ଼ିଛି । ବୈଠକରେ ଯାଜପୁର ସଂଗଠନ ନେଇ ଆଲୋଚନା ହେଉଥିବା ନେଇ ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି କିଛି ଦିନ ପୂର୍ବରୁ ପ୍ରଣବ ପ୍ରକାଶ ଦାସ ବିଜେଡିକୁ ନେଇ ଏକ ବୟାନ ଦେଇଥିଲେ । ବିଜେଡିରେ ଅଲ ଇଜ ନଟ ଓ୍ବେଲ ବୋଲି କହିଥିଲେ । ଏହାକୁ ନେଇ ଅନେକ ରାଜନୈତିକ ବୟାନବାଜି ମଧ୍ୟ ସାମ୍ନାକୁ ଆସିଥିଲା । ବିଜେଡି ନେତାଙ୍କ ମଧ୍ୟରେ ମନମାଳିନ୍ୟ ରହିଥିବା ନେଇ ମଧ୍ୟ କହିଥିଲେ । ତେବେ ବର୍ତ୍ତମାନ କୌଣସି ନିର୍ବାଚନ ରହିନଥିଲେ ହେଁ ନେତାଙ୍କ ମଧ୍ୟ ସମ୍ପର୍କ ଠିକ ରଖିବା ପାଇଁ ଏହି ବୈଠକ କରାଯାଉଥିବା ଚର୍ଚ୍ଚା ହେଉଛି ।
ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ନେତାଙ୍କ ମେଳିକୁ ନେଇ ବଢିଲା ଚର୍ଚ୍ଚା
