Nababharat News

ଛାତ ଉପରେ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ଏକ ଛାତ ଉପରେ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର ହୋଇଛନ୍ତି lଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ କରିଛନ୍ତି। ଛାତ ଉପରେ ବିସ୍ଫୋରଣ ଘଟିଛି। ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ନେଇ ଫିଲ୍ଡ ଭିଜିଟ୍‌ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି। ତେବେ ଏହି ବୋମା ବିସ୍ଫୋରଣରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ତିନିଜଣ ମହିଳା ରହିଛନ୍ତି। ଘଟଣା ସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ମଧ୍ୟ ତଦନ୍ତ କରୁଛି। ଆହାତଙ୍କ ଭିତରେ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି।ମୁଖ୍ୟ ଅଭିଯୁକ୍ତ ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ମାନେ ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡ଼ାରେ ରହି ଏହିଭଳି କାର୍ଯ୍ୟ ଚଳାଇଥିଲେ ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

Exit mobile version