Nababharat News

ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଚିଠି ଜାରି କରାଯାଇଛି । ଯେଉଁଥିରେ ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି । ଚିଠି ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ମେ ୧୪ରେ ଜାରି କରିଥିବା ଚିଠି ସଂଖ୍ୟା ୧୩୪୫୩ ବିଜ୍ଞପ୍ତି ଅନୁଯାୟୀ ବଦଳି କରାଯିବ । ଅନଲାଇନ୍ ଶିକ୍ଷକ ବଦଳି ନେଇ ପୋର୍ଟାଲ୍ ନଭେମ୍ବର ୨୮ରୁ ଖୋଲିଥିବା ବେଳେ ଡିସେମ୍ବର ୨୫ ପର୍ଯ୍ୟନ୍ତ ଆବେଦନ କରାଯାଇ ପାରିବ । ତେଣୁ ଜିଲ୍ଲା ଭିତରେ ଅନ୍ୟ କୌଣସି ବିଦ୍ୟାଳୟକୁ ଯିବାକୁ ଚାହୁଁଥିବା ପ୍ରାଥମିକ ଶିକ୍ଷକ ଡିସେମ୍ବର ୨୫ ପୂର୍ବରୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ ।ସୂଚନାଯୋଗ୍ୟ ଯେ, ଏବେ ଆଉ ବିଧାୟକଙ୍କ ମନ ମୁତାବକ ହୋଇପାରିବନି ଶିକ୍ଷକ ବଦଳି । ସୁପାରିସରେ ଶିକ୍ଷକ ବଦଳି ପାଇଁ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର, ହେଲେ ବିଧାୟକଙ୍କଠାରୁ ଏହି କ୍ଷମତା ଛଡ଼ାଇ ନେଇଛନ୍ତି ହାଇକୋର୍ଟ ।

Exit mobile version