Nababharat News

ଓଡ଼ିଶା ଡିସ୍‌କମ୍ ପକ୍ଷରୁ ୧ କିଲୋୱାଟ୍ ରୁଫ୍‌ଟପ୍ ସୋଲାର ସ୍କିମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଭାରତ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନାର ଅଂଶ ବିଶେଷ ଭାବେ ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ଏକ ସ୍ୱତନ୍ତ୍ର ଏକ କିଲୋୱାଟ୍ ରୁଫ୍‌ଟପ୍ ସୋଲାର (ଆର୍‌ଟିଏସ୍‌) ସ୍କିମର ଘୋଷଣା କରାଯାଇଛି। ୟୁଏଲ୍‌ଏ ମଡେଲ୍‌ରେ ଗାହକମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ଅଭିଯାନରେ ନେଟ୍ ମିଟର୍‌କୁ ଡିସକମ୍‌ଗୁଡ଼ିକ ପ୍ରଦାନ କରିବେ ଏବଂ ସୋଲାର ଜେନେରସନ ମିଟର ଖର୍ଚ୍ଚ ଗ୍ରାହକଙ୍କୁ ବହନ କରିବାକୁ ପଡ଼ିବ। ୧ କିଲୋୱାଟ୍‌ର ସୋଲାର ରୁଫଟପ୍ ବ୍ୟବସ୍ଥା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର (ଯଥାକ୍ରମେ ୩୦,୦୦୦ ଟଙ୍କା ଓ ୨୫,୦୦୦ ଟଙ୍କା) ୫୫,୦୦୦ ଟଙ୍କାର ସବ୍‌ସିଡି ପ୍ରଦାନ କରିବେ ।

ଚିଫ୍ ଓଡିଶା ପାୱାର ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଓ ଟିପିଏନ୍‌ଓଡିଏଲ୍‌ର ସିଇଓ ଗଜାନନ କାଲେ କହିଛନ୍ତି ଯେ, “ଏହି ଅଭିଯାନ ସେମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି ଯେଉଁମାନେ ସୌର ଶକ୍ତି ଗ୍ରହଣ କରିବାକୁ ଚାହୁଁଛନ୍ତି, କିନ୍ତୁ ଅପ୍‌ଫ୍ରଂଟ୍ ଖର୍ଚ୍ଚ ସେମାନଙ୍କ ପାଇଁ ବାଧା ହୋଇଛି। ୧ କିଲୋୱାଟ୍‌ର ସୋଲାର ରୁଫ୍‌ଟପ୍ ବ୍ୟବସ୍ଥା ଜରିଆରେ ଘରେ ମାସକୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବ ଯାହା ଫଳରେ ବାର୍ଷିକ ପ୍ରାୟ ୫୦୦୦ ଟଙ୍କାର ସଂଚୟ କରିହେବ।” ଏଥିପାଇଁ ଗ୍ରାହକମାନଙ୍କୁ ଏକ ଅନୁମତି ଫର୍ମ ପ୍ରଦାନ କରିବାକୁ ହେବ ଏବଂ ଏକକାଳୀନ ଦେୟ ଦେବାକୁ ହେବ। କମ୍ପାନି ପକ୍ଷରୁ ସିଷ୍ଟମ୍ ଉପକରଣ ଉପରେ ୫ ବର୍ଷର ୱାରେଣ୍ଟି ଓ ସୋଲାର ପ୍ୟାନେଲ୍ ଉପରେ ୨୫ ବର୍ଷର ୱାରେଣ୍ଟି ପ୍ରଦାନ କରାଯିବ। ଏହି ସ୍କିମ୍ ଦ୍ୱାରା ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ବଢିବ ବୋଲି ଆଶା କରାଯାଉଛି। ଏହା ଭାରତର ଅକ୍ଷୟ ଶକ୍ତି ବିପ୍ଳବ ପ୍ରତି ପ୍ରତ୍ୟକ୍ଷ ଯୋଗଦାନ ପ୍ରଦାନ କରିବାରେ ସଶକ୍ତ କରିବ।

Exit mobile version