ଯାଜପୁର: ବ୍ୟାସନଗର ତହସିଲଦାରଙ୍କ ହତ୍ୟା ଉଦ୍ୟମ ଘଟଣା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଟ୍ରାକ୍ଟର ମାଲିକ, ଡ୍ରାଇଭର ସମେତ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ୫ଟି ଟ୍ରାକ୍ଟର ଓ ୨ଟି ଜେସିବି ଜବତ କରାଯାଇଛି। ଗତକାଲି ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ବେଆଇନ ମାଟି ଚୋରିକୁ ରୋକିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ କୋରେଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଗୋଡ଼ରେ ଗଭୀର ଆଘାତ ଲାଗିଛି। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତହସିଲଦାରଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାର ତଦନ୍ତ କରି ଜମି ମାଲିକ, ୬ ଜଣ ଟ୍ରାକ୍ଟର ଡ୍ରାଇଭର, ଜେସିବି ଡ୍ରାଇଭର ସମେତ ୭ଜଣଙ୍କୁ ଗିରଫ କରିଛି ପୋଲିସ।
ବ୍ୟାସନଗର ତହସିଲଦାରଙ୍କୁ ମାଫିଆଙ୍କ ହତ୍ୟା ଉଦ୍ୟମ
