Nababharat News

ଭୂଦାନ ଜମିର ବଣ୍ଟନ ଉପରେ ସ୍ଥଗିତାଦେଶ

ଭୁବନେଶ୍ୱର: ଭୂଦାନ ଜମିର ବଣ୍ଟନ ଏବଂ ହିତାଧିକାରୀଙ୍କ ସପକ୍ଷରେ ମ୍ଯୁଟେସନ୍ ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଆରଡିସି, ପଞ୍ଜୀକରଣ ମହାନିରୀକ୍ଷକ (ଆଇଜିଆର୍), ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଜାରି କରିଛନ୍ତି l ଏଥିସହିତ, ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପନ୍ନ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି l ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯଜ୍ଞ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ କରାଯାଇଥିବା ଜମି, ହାଲ୍ ଜମିପଟ୍ଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version