Nababharat News

ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଉ ଏକ ସଫଳତା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମର ଶୁଭାରମ୍ଭ ହୋଇଛି । ଏହି ଅତ୍ୟାଧୁନିକ ପ୍ରଯୁକ୍ତି ଜଟିଳ ରକ୍ତ ଜମାଟ ଜନିତ ସମସ୍ୟାର ମିନିମାଲି ଇନଭେସିଭ୍ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ । ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଣ୍ଟରଭେନସନାଲ୍ ରେଡିଓଲୋଜି ବିଭାଗ ମୁଖ୍ୟ ତଥା କନ୍ସଲଟାଣ୍ଟ ଡା. ସମ୍ବିତ କୁମାର ପଟ୍ଟନାୟକ କହିଛନ୍ତି, ଆଞ୍ଜିଓଜେଟ୍ ହେଉଛି ଏକ ଅତ୍ୟାଧୁନିକ ଥ୍ରୋମ୍ବେକ୍ଟୋମି ପ୍ରଣାଳୀ । ଏହା ଅବରୁଦ୍ଧ ରକ୍ତନଳୀରୁ ଦ୍ରୁତଗତିରେ ରକ୍ତ ଜମାଟକୁ ଭାଙ୍ଗି ବାହାର କରିବାରେ ସହାୟକ ହୋଇଥାଏ । ଜଣେ ଇଣ୍ଟରଭେନସନାଲ୍ ରେଡିଓଲୋଜିଷ୍ଟ ଏକ କ୍ଷୁଦ୍ର ଛିଦ୍ର ମାଧ୍ୟମରେ ପ୍ରଭାବିତ ରକ୍ତନଳୀ ଭିତରକୁ ଏକ ସ୍ୱତନ୍ତ୍ର କ୍ୟାଥେଟର ପ୍ରବେଶ କରାଇଥାନ୍ତି । ଏହି ପ୍ରଣାଳୀ ରକ୍ତ ଜମାଟକୁ ବାହାର କରିବା ସହ ରକ୍ତ ପ୍ରବାହକୁ ପୁନଃ ସ୍ୱାଭାବିକ କରିବାରେ ସହାୟତା କରିଥାଏ ବୋଲି ସେ କହିଛନ୍ତି । ଆଞ୍ଜିଓଜେଟ ଆକ୍ୟୁଟ୍ ଆର୍ଟେରିଆଲ୍ ଥ୍ରୋମ୍ବୋସିସ କ୍ଷେତ୍ରରେ ମଧ୍ୟ ଚିକିତ୍ସା କରାଯାଇପାରିବ । ଏହାବ୍ୟତୀତ ଡାଏଲିସିସ୍ ପାଇଁ ବ୍ୟବହୃତ ଏଭି ଫିଷ୍ଟୁଲା ଓ ଗ୍ରାଫ୍ଟରେ ସୃଷ୍ଟି ହୋଇଥିବା ରକ୍ତ ଜମାଟକୁ ଦୂର କରି ସେଗୁଡ଼ିକ କାର୍ଯ୍ୟକ୍ଷମତା ଫେରାଇବାରେ ମଧ୍ୟ ସହାୟକ ହୋଇପାରିବ । ଏଥିପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା ଏବେ ଏଠାରେ ଅତ୍ୟାଧୁନିକ ଥ୍ରୋମ୍ବେକ୍ଟୋମି ଚିକିତ୍ସା ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି ।

Exit mobile version