Nababharat News

ଭିଆର୍‌ଏସ୍‌ ପାଇଁ ଆବେଦନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର. ଏସ. ଗୋପାଳନ ଚାକିରିରୁ ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ଶାରୀରିକ ଅସୁସ୍ଥତା ଏବଂ କେତେକ ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୨୦୦୧ IAS ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇବା ସହିତ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ୨୦୨୮ ଜୁନରେ ତାଙ୍କର କାର୍ଯ୍ୟକାଳ କାଳ ସରୁଥିବା ବେଳେ ସେ ଆଗୁଆ ଭିଆରଏସ୍‌ ଆବେଦନ କରିଛନ୍ତି lନିକଟରେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିଲା। ତାଙ୍କର ଏହି ଆଗୁଆ ଭିଆରଏସ୍‌ ଆବେଦନ ପରେ ଚାରିଆଡେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି l

Exit mobile version