Nababharat News

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ ସମ ପରିମାଣର ଦାୟୀ। ଯଦି ଏତେ କଥା କରିବାର ଥିଲା ତେବେ ବିଧାୟକମାନଙ୍କୁ ସେମାନଙ୍କ ବିବେକାନୁମୋଦିତ ଭୋଟ ଦେବା ପାଇଁ ଛାଡ଼ି ଦେଇଥିଲେ ଏତେ ଅପବାଦ ଶୁଣିବାକୁ ପଡ଼ି ନ ଥାଆନ୍ତା। ବିଧାୟକମାନେ ଏକଥା ବୁଝୁନାହାନ୍ତି କି ଯେଉଁମାନେ ଅସ୍ମିତା କଥା କହୁଥିଲେ ସେମାନେ ଏହି ଭୋଟ୍‌ର ହିତାଧିକାରୀ ହେଲା ବେଳେ ନିଜ ଉପରକୁ ଏହା ନେଉଛନ୍ତି। ଦିଲୀପ ରାୟ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇ ଇତିହାସକୁ ପୁନରାବୃତ୍ତି କଲେ। କିନ୍ତୁ ଦିଲୀପ ରାୟ ଯେଉଁଭଳି ଜିତିଲେ ତାହା କିଛି ଗୌରବର କଥା ନୁହେଁ ବୋଲି ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଙ୍ଗଳବାର ସୌମ୍ୟ କହିଛନ୍ତି, ବିଜେଡି ଏବଂ ଭାଜପା ଭିତରେ ସମ୍ପର୍କ ନାହିଁ ବୋଲି ଅନେକ ଲୋକ କହୁଛନ୍ତି। ମାତ୍ର ପରଦା ପଛରେ ସେମାନଙ୍କ ସମ୍ପର୍କ କ’ଣ ସେକଥା ବୁଝିବା କଷ୍ଟ। କଂଗ୍ରେସ ସହ ବିଜେଡି ସାମୟିକ ଭାବେ ଏକାଠି ହୋଇଥିଲା। ଆଗକୁ ତାହା ବଳବତ୍ତର ରହୁଛି ନା ନାହିଁ ଦେଖିବା କଥା। ମାତ୍ର ଏଭଳି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା କଷ୍ଟକର। ଯେଉଁମାନେ ବିଧାୟକମାନଙ୍କୁ ବାଇଗଣ, ପରିବା ଭଳି ବିକ୍ରିଯୋଗ୍ୟ ଭାବୁଛନ୍ତି ସେମାନେ ମଧ୍ୟ ଅସ୍ମିତାର ବିରୋଧୀ। ଯେଉଁମାନେ ଏହାର ଶିକାର ହେଲେ ସେମାନେ ମଧ୍ୟ ଏ ବିଷୟରେ କହିବାକୁ ତାଙ୍କ ଜିଭରେ ହାଡ଼ ନାହିଁ। ବିଧାୟକ ଯେଉଁମାନେ ଦଳ ବିରୋଧରେ ଭୋଟ ଦେଲେ ସେମାନେ ଆଗରୁ ଏ ବିଷୟରେ କହିପାରିଥାଆନ୍ତେ। ସେମାନଙ୍କ ଭିତରୁ କିଏ କେତେବେଳେ ବିକ୍ରି ହୋଇଛନ୍ତି। ଯିଏ ଭାବୁଛନ୍ତି ଅନ୍ୟ ଦଳର ବିଧାୟକ ସେମାନଙ୍କ ସପକ୍ଷରେ ଭୋଟ ଦେଇପାରିବେ ସେମାନେ ମଧ୍ୟ କମ୍‌ ଦୋଷୀ ନୁହନ୍ତି। ଯେଉଁ ବିଧାୟକମାନେ ଯାଇଛନ୍ତି ବା ଯିଏ ଭାବୁଛନ୍ତି ନୂଆ ଦଳର ନିଅଁ ପକାଇବେ ତାହା ସମ୍ଭବ ନୁହେଁ। 

Exit mobile version