ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍(ଆଇବିସିଏସ୍)ର ଏସ୍ଏସ୍ଏସ୍ ସେଚ୍ଛାସେବୀ ବିଭିନ୍ନ ସଚେତନତା ବାର୍ତା ନେଇ ଭୁବନେଶ୍ଵର ନିକଟସ୍ଥ ଗ୍ରାମଗୁଡ଼ିକରେ ଏକ ସପ୍ତାହ ବ୍ୟାପୀ ଶିବିର ପରିଚାଳନା କରିଛନ୍ତି। କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଛାତ୍ରଛାତ୍ରୀମାନେ ଘର ଘର ବୁଲି ସାମାଜିକ ଓ ଅର୍ଥନୈତିକ ସର୍ଭେ, ସଚେତନତା ଅଭିଯାନ, ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ, ସାସ୍ଥ୍ୟସେବା ଶିବିର, ଡିଜିଟାଲ ସାକ୍ଷରତା ଏବଂ ଏଆଇ ନେଇ ସଚେତନତା ବାର୍ତା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆଇଟିଇଆର୍ ଏନ୍ଏସ୍ଏସ୍ଏସ୍ ସେଚ୍ଛାସେବୀ ଭୁବନେଶ୍ଵର ଉପକଣ୍ଠସ୍ଥ ହରପୁର ଗାଁରେ ସତନ୍ତ୍ର ଶିବିର ପରିଚାଳନା କରିଥିବା ବେଳେ ଆଇବିସିଏସ୍ର ଏସ୍ଏସ୍ଏସ୍ ସେଚ୍ଛାସେବୀ ମାର୍ଚ୍ଚ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ନୂଆଗାଁରେ ଶିବିର ସ୍ଥାପନ କରିଥିଲେ । ଆଇଟିଇଆରର ଛାତ୍ରଛାତ୍ରୀମାନେ ଅଭିନବ ‘ବାୟୋ ସେବା’ ବାର୍ତା ପ୍ରସାରିତ କରିଥିବା ବେଳେ ଏହା ମୁଖ୍ୟତଃ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କରାଯାଇଥିଲା । ସେଚ୍ଛାସେବୀମାନେ ବରିଷ୍ଠ ନାଗରିକଙ୍କ ସହ ସମୟ ବିତାଇ ସେମାନଙ୍କର ଯତ୍ନ ନେଇଥିଲେ ଏବଂ ଏଥି ସହିତ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପରିବାରବର୍ଗଙ୍କୁ ବୁଝାଇଥିଲେ ।
ସୋଆ ପକ୍ଷରୁ ଗ୍ରାମାଞ୍ଚଳରେ ସଫେଇ ସଚେତନତା ଅଭିଯାନ
