Nababharat News

ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ SI ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର:ରାଜ୍ୟରେ ହେବାକୁ ଥିବା ପୋଲିସ SI ପରୀକ୍ଷା ସ୍ଥଗିତ । ଓଡ଼ିଶା ପୋଲିସ ପକ୍ଷରୁ ପରୀକ୍ଷା ତାରିଖ ସ୍ଥଗିତ ଘୋଷଣା । ଆସନ୍ତା ଅକ୍ଟୋବର 5 ଓ 6 ତାରିଖରେ ହୋଇଥାନ୍ତା ଏସଆଇ ପରୀକ୍ଷା । ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ ।ସୂଚନା ଅନୁଯାୟୀ ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ହେବାକୁ ଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାଆନ୍ତା । ଭଲ ଭାବେ ପ୍ରସ୍ତୁତ ହେବା ପରେ ପରୀକ୍ଷା ଦେଇଥାଆନ୍ତେ । କିନ୍ତୁ ଏହା ପୂର୍ବରୁ ପୋଲିସ ଏହି ଷଡ଼ଯନ୍ତ୍ର ବାବଦରେ ଅବଗତ ହୋଇଛି । ଗତକାଲି ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମରୁ ପୋଲିସ ଗିରଫ କରିଛି । ପରୀକ୍ଷା ଦାୟିତ୍ଵ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ମିଳିଛି । ପୋଲିସ ସମସ୍ତଙ୍କୁ ବ୍ରହ୍ମପୁର ଆଣି ପଚରାଉଚରା କରୁଛି ।

Exit mobile version