Nababharat News

ଓଡ଼ିଶାରେ ସ୍ଥାପନ ହେବ ୨ ସେମିକଣ୍ଡକ୍ଟର ମାନ୍ୟୁଫାକ୍ଚରିଂ ୟୁନିଟ୍‌

ଭୁବନେଶ୍ୱର: ଓଡ଼ିଶାରେ ସ୍ଥାପନ ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକ ରେ ୧୮,୫୪୧ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଞ୍ଜାବ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ପ୍ରସ୍ତାବ ଅନୁମୋଦିତ ହୋଇଛି । ସାରା ଦେଶରେ ମୋଟ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ମଞ୍ଜୁରୀ ମିଳିଛି । ଏଥିପାଇଁ ୪,୫୯୪ କୋଟି ବ୍ୟୟ ଅଟକଳ କରାଯାଇଛି । ଏହା ଭୁବନେଶ୍ୱରରେ ସ୍ଥାପନ ହେବ। ଏହାକୁ ମିଶାଇ ଦେଶରେ ମୋଟ ୧୦ଟି ସେମିକଣ୍ଡକ୍ଟର୍ ୟୁନିଟ୍ ସ୍ଥାପନା ହେବ ।ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ଅନୁମୋଦନ ସହିତ, ରାଜ୍ୟର ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିରେ ଏକ ପ୍ରମୁଖ ମାଇଲଖୁଣ୍ଟ ସ୍ଥାପନ କରିବ ।

Exit mobile version