Nababharat News

ପରୀକ୍ଷାର୍ଥୀଙ୍କ ପାଇଁ ବଦଳିଲା ସୂଚୀ , ୨୮ରେ ଆରଆଇ, ୫ରେ ଓଟିଇଟି

ଭୁବନେଶ୍ୱର: ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାର ଅବସାନ ଘଟିଛି । ଆରଆଇ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି । ନୂତନ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ । ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଇଟି ଯାକ ପରୀକ୍ଷା ଗୋଟିଏ ଦିନରେ ପଡୁଥିବାରୁ ପରୀକ୍ଷା ତାରିଖ ବଦଳାଇବାକୁ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ହୋଇଛି। ଆରଆଇ ଅମିନ ପରୀକ୍ଷାର ଏହା ହେଉଛି ଶେଷ ପର୍ଯ୍ୟାୟ। ଏଥିରେ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିପାଇଁ ଆରଆଇ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି। ନୂଆ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ। ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ। ସେମାନଙ୍କ ଦାବିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ପ୍ରାର୍ଥୀମାନେ ବିନା ଦ୍ୱନ୍ଦ୍ୱରେ ପରୀକ୍ଷା ଦେଇପାରିବେ ।

Exit mobile version