Nababharat News

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ଯବାନ ଆହତ

ରାଉରକେଲା: ଆଜି ସନ୍ଧ୍ୟାରେ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ, ଖଞ୍ଜାଯାଇଥିବା ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସିଆରପିଏଫର କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନ ହେଲେ ହେଡ୍ କନଷ୍ଟେବଳ ଅଲେଖ ଦାସ ଏବଂ ହେଡ୍ କନଷ୍ଟେବଳ ନାରାୟଣ ଦାସ । ଖବର ଅନୁସାରେ, ଛୋଟନାଗରା ପୋଲିସ ଷ୍ଟେସନ ଅଞ୍ଚଳର ବାଲିବା ଗାଁ ନିକଟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ବାହିନୀ ନକ୍ସଲମାନଙ୍କ ବିରୁଦ୍ଧରେ ଏକ ସର୍ଚ୍ଚ ଅପରେସନ୍ କରୁଥିବା ସମୟରେ ନକ୍ସଲମାନଙ୍କ ଦ୍ୱାରା ପୂର୍ବରୁ ଖଞ୍ଜାଯାଇଥିବା ଦୁଇଟି ଆଇଇଡି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ 209 କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ, ଉଭୟଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଞ୍ଚିର ଏକ ଘରୋଇ ହସ୍ପିଟାଲକୁ ବିମାନ ଯୋଗେ ପଠାଯାଇଛି।

Exit mobile version