Nababharat News

ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ଲୋକସେବା ଭବନଠାରେ ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ ହୋଇଯାଇଛି l ସମ୍ମିଳନୀ କକ୍ଷକୁ ଶୁଭାରମ୍ଭ କରି ମାନ୍ୟବର ମନ୍ତ୍ରୀ ନିଜ ଖୁସି ବ୍ୟକ୍ତ କରିଥିଲେ l ଏହି ନବୀକୃତ ସମ୍ମିଳନୀ କକ୍ଷ ରାଜସ୍ୱ ବିଭାଗର ନୂତନ ସଂସ୍କାରମୂଳକ ପଦକ୍ଷେପମାନଙ୍କୁ ପ୍ରତିଫଳିତ କରୁଥିବା ବେଳେ ବିଭାଗର ସାମର୍ଥ୍ୟ ଏବଂ କାର୍ଯ୍ୟକାରିତା ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ମତବ୍ୟକ୍ତ କରିଥିଲେ l ନବୀକୃତ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା, ପାରଦର୍ଶୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନମାନଙ୍କରେ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଏକ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା l ମାନ୍ୟବର ମନ୍ତ୍ରୀଙ୍କ ପରାମର୍ଶ ସହ ବିଭାଗର ବିଭିନ୍ନ ପ୍ରସଙ୍ଗରେ ସୁବିସ୍ତୃତ ଆଲୋଚନା ହୋଇଥିଲା l ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ରହିଥିଲେ l

Exit mobile version