ପୁରୀ: ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଯାହା ତିନି ଦିନ ଧରି ଚାଲିବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ଆସନ୍ତା ୧୩ ତାରିଖ ଏବଂ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତିମଣତି ଚାଲିବ । ଏସ୍ଓପି ବା ମାର୍ଗଦର୍ଶିକା ମୁତାବକ ସୁପର୍ ଭାଇଜିଂ ଓ ହ୍ୟାଣ୍ଡଲିଂ ଟିମ୍ ସହଯୋଗରେ ଗଣତିମଣତି କରାଯିବ । ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ପୂର୍ବାହ୍ଣ ୧୦ଟା ପରେ ପ୍ରଶାସନିକ ନିର୍ଦ୍ଧାରିତ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଗଣତିମଣତି କାମ କରିବେ । ଗଣତିମଣତି ଯୋଗୁଁ କେବଳ ବାହାର କାଠ ଠାରୁ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିବ । ଶ୍ରୀମନ୍ଦିର ଦ୍ୱାର ଫିଟା ଶୀଘ୍ର କରାଯାଇ ମହାପ୍ରଭୁଙ୍କ ନୀତିକ୍ରାନ୍ତି ସଅଳ ସାରିବାକୁ ସେବାୟତଙ୍କ ସହ ସମନ୍ୱୟ ରଖି ପ୍ରଶାସନ ଉଦ୍ୟମ କରିବ । ଗଣତିମଣତି ବେଳେ କେବଳ ଅଧିକୃତ ସେବାୟତମାନେ ଜଗମୋହନ ଓ ଗର୍ଭଗୃହକୁ ଯାଇପାରିବେ । ପୂର୍ବ ପ୍ରଶାସନିକ ନିଷ୍ପତ୍ତିରେ ସାମାନ୍ୟ ସୁଧାର କରାଯାଇ ଶନିବାର ଦିନମାନଙ୍କରେ ମଧ୍ୟ ଗଣତିମଣତି ହେବାକୁ ନୂଆ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି
