Nababharat News

ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ,

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରୁ ଭୁବନେଶ୍ୱର-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଭର୍ତ୍ତି ଟ୍ରଲିକୁ ଆରପିଏଫ୍ ଜବତ କରିଛି । ଏହା ସହିତ ଦୁଇ ଜଣ ଯୁବକ ଓ ଯୁବତୀଙ୍କୁ ଗିରଫ କରିଛି । ଉଭୟ ବିହାରର ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ଭଦ୍ରକ ରେଳ ଷ୍ଟେସନର ଦୁଇ ଯୁବକ ଯୁବତୀଙ୍କୁ ଦେଖି ଆରପିଏଫର ସନ୍ଦେହ ହୋଇଥିଲା । ଏହା ପରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । ପରେ ସେମାନଙ୍କୁ ଆଟାଜରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ଉକ୍ତ ବ୍ୟାଗଟି ସେମାନଙ୍କର ନୁହେଁ ବୋଲି ସିଧା ସିଧା ଫାଙ୍କି ଦେଇଥିଲେ । କିନ୍ତୁ ଅଧିକ ପଚରା ଉଚରା ପରେ ସ୍ୱୀକାର କରିଥିଲେ । ବ୍ୟାଗରୁ ୨୬  କିଲୋଗ୍ରାମ ଗଞ୍ଜେଇ ମିଳିଛି । ସେମାନେ ରାଜଧାନୀ ଏକ୍ସପ୍ରେସରେ ଭଦ୍ରକରୁ ଦିଲ୍ଲୀ ଯାଉଥିଲେ ବୋଲି କହିଛନ୍ତି । ଆରପିଏଫ୍ ଉଭୟଙ୍କୁ ଅଟକ ରଖି ଜେରା କରୁଛି । 

Exit mobile version