Nababharat News

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଖ୍ରୀଷ୍ଟମାସ ଛୁଟି ଏବଂ ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ସିଂହ ଦ୍ଵାରରେ ଦେଇ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବେ । ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ନୀତି କାନ୍ତିକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରିଛି । ମାର୍କେଟ ଛକ ନିକଟରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ସିଂହ ଦ୍ଵାରରେ ପ୍ରବେଶ କରି ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ କରିବେ । ଏଥିପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟାରିକେଡ଼ ପ୍ରସ୍ତୁତ କରାଯାଇଛି । ଶ୍ରୀ ମନ୍ଦିର ସମେତ ବଡ଼ ଦାଣ୍ଡ, ସମୁଦ୍ର କୂଳ ଏବଂ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Exit mobile version