Nababharat News

ପ୍ରଭାତଙ୍କ ବିଜେପି ଯୋଗଦାନକୁ ନେଇ ପ୍ରମିଳାଙ୍କ କଡ଼ା ପ୍ରତିକ୍ରିୟା: ‘ପୋକ ବାଇଗଣ’ ମନ୍ତବ୍ୟକୁ ନେଇ ଚର୍ଚ୍ଚା

କଟକ: ଦୀର୍ଘ ଦିନ ଧରି ବିଜେଡି ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇ ପାରନ୍ତି। ଆଜି କଟକ ମହାନଦୀ ବିହାର ସ୍ଥିତ ପ୍ରଭାତ ବିଶ୍ଵାଳଙ୍କ ବାସଭବନରେ ହଜାର ହଜାର ସମର୍ଥକ ଓ କର୍ମୀଙ୍କ ଗହଳିରେ ବିଜେପିର ପଦ୍ମ ଚିହ୍ନ ଥିବା ବ୍ୟାନର ଓ ପୋଷ୍ଟର ଶୋଭା ପାଉଛି। ବ୍ୟାନରରେ ପ୍ରଭାତଙ୍କ ଫଟୋ ସହ ବିଜେପିର ପ୍ରମୁଖ ନେତାଙ୍କ ଫଟୋ ମଧ୍ୟ ରହିଛି | ପ୍ରଭାତ ଙ୍କ ବିଜେପି ମିଶ୍ରଣକୁ ନେଇ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ତାଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ପ୍ରଭାତ ବିଶ୍ଵାଳଙ୍କୁ ‘ପୋକ ବାଇଗଣ’ ସହ ତୁଳନା କରି ସେ ଦଳ ଛାଡ଼ିବା ଦ୍ଵାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରମିଳା ସ୍ପଷ୍ଟ କରିଛନ୍ତି। ପ୍ରଭାତଙ୍କ ଦଳ ବଦଳକୁ ନେଇ ଗଣମାଧ୍ୟମ ପ୍ରତିକ୍ରିୟାରେ ପ୍ରମିଳା ମଲ୍ଲିକ କହିଛନ୍ତି, “ପ୍ରଭାତ ବିଶ୍ଵାଳ ବିଜେପିରେ ମିଶିଲେ କ’ଣ ସବୁ ଭାସିଗଲା କି? ସେ ହେଉଛନ୍ତି ଗୋଟିଏ ପୋକ ବାଇଗଣ। ରାଜନୀତିରେ ଏଭଳି କେତେ ଲୋକ ଆସିବେ ଏବଂ କେତେ ଲୋକ ଯିବେ, ସେଥିରେ ଦଳ ଦୁର୍ବଳ ହେବନାହିଁ।” କଟକ ଜିଲ୍ଲାରେ ବିଜେଡି ପାଖରେ ଆହୁରି ଅନେକ ଦକ୍ଷ ଏବଂ ଭଲ ନେତା ଅଛନ୍ତି, ଯେଉଁମାନେ ସଂଗଠନକୁ ଆଗକୁ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ଦାବି କରିଛନ୍ତି।

Exit mobile version