Nababharat News

ଓଡିଶାକୁ ହୋଇପାରେ ପୋସ୍କୋର ଲେଉଟାଣି

କେନ୍ଦୁଝର: ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ କେନ୍ଦୁଝର ଜିଲ୍ଲାରେ ଷ୍ଟିଲପ୍ଲାଣ୍ଟ କରିପାରନ୍ତି। ଭାରତରେ, ସମ୍ଭବତଃ ଓଡ଼ିଶାରେ ଏକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ବସାଇବାକୁ ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ପୋସ୍କୋ ଗ୍ରୁପ୍ ଚୁକ୍ତିବଦ୍ଧ ହୋଇଥିବା ଖବର ସାମ୍ନାକୁ ଆସିଥିବା ନେଇ ଶିଳ୍ପମନ୍ତ୍ରୀଙ୍କ ଏଇ ଇଙ୍ଗିତ ପରେ ରାଜ୍ୟକୁ ପୁଣିଥରେ ପୋସ୍କୋ ଫେରିବା ସମ୍ଭାବନାକୁ ଅଧିକ ଉଜ୍ଜିବୀତ କରିଛି । ଗତକାଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଦିନିକିଆ ଅନୁଗୁଳ ଗସ୍ତରେ ଆସି ଏହା କହିଛନ୍ତି। ସେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଆଲୁମିନିୟମ ପ୍ଲାଟର ବିଭିନ୍ନ କାର୍ଯ୍ୟକୁ ତଦାରଖ କରି୍‌ଥିଲେ । ଏହା ପରେ ସ୍ଥାନୀୟ ସର୍କିଟି ହାଉସରେ ଜିଲ୍ଲାର ଶିଳ୍ପ, ଦକ୍ଷତା ବିକାଶ, ଜିଲ୍ଲାରେ ନୂତନ ରୋଜଗାର ସୃଷ୍ଟି, ସରକାରୀ ପଲିଟେକନିକ୍‌, ତାଳଚେର ଏବଂ ଆଠମଲ୍ଲିକ ଆଇଟିଆଇ, ଆଲୁମିନିୟମ ପ୍ଲାଟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ସମୀକ୍ଷା କରିଥିଲେ। ଓଡ଼ିଶାରେ jsw ପୋସ୍କୋ ଷ୍ଟିଲ୍ ପ୍ଲାଣ୍ଟ ବିଷୟରେ ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯଦି ପୋସ୍କୋ ଓଡ଼ିଶାକୁ ପସନ୍ଦ କରେ ଆମେ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବୁ ।

ଶିଳ୍ପୀ ମନ୍ତ୍ରୀ ଆହୁରି କହିଛନ୍ତି, କେନ୍ଦୁଝରରେ jsw ପାଇଁ ଜମି ଅଧିଗ୍ରହଣ ଚାଲିଛି । ଏହାରି ଭିତରେ ପୋସ୍କୋ jsw ସହ ସହଭାଗିତା ପାଇଁ ଏମଓୟୁ କରିଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ବହୁ ଶିଳ୍ପସଂସ୍ଥା ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି କାରଣରୁ ଶିଳ୍ପପତି ଏବେ ଓଡ଼ିଶା ଉପରେ ଅଧିକ ଭରସା କରୁଛନ୍ତି । ପୂର୍ବରୁ ଶିଳ୍ପରେ ବାଧା ଉପୁଜିଥିଲା । ରାଜ୍ୟର କେନ୍ଦୁଝର ଜିଲ୍ଲାରେ ଏକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଷ୍ଟିଲ୍ ପ୍ଲାଣ୍ଟ ବସାଇବା ଲାଗି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଜେଏସଡବ୍ଲୁ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଥିଲା। ଏପରିକି ପ୍ରସ୍ତାବିତ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ଜୋରସୋରରେ ଆଗେଇ ଚାଲିଛି । ଦେଶରେ ଏକ ୬ ନିୟୁତ ଟନ୍ କ୍ଷମତାର ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ଲାଗି ଜେଏସ୍ଡବ୍ଲୁ ଷ୍ଟିଲ୍ ଏବେ ପୋସ୍କୋ ଗ୍ରୁପ୍ ସହ ଚୁକ୍ତିବଦ୍ଧ ହୋଇଛି । ସେମାନେ ଯେଉଁଠି କରିବାକୁ ଚାହିଁବେ ସରକାର ତାଙ୍କୁ ସହଯୋଗ କରିବେ ।

Exit mobile version