Nababharat News

ଓଡିଶା ରେ ମୋଦି କରିବେ ଦେଢ଼ କିଲୋମିଟରର ବିଶାଳ ରୋଡ଼ ଶୋ

ଜୁନ 20 ରେ ଓଡିଶା ଆସିବେ ମୋଦି କରିବେ ଦେଢ଼ କିଲୋମିଟରର ବିଶାଳ ରୋଡ୍‌ ସୋ । ସେନାର ଶୌର୍ଯ୍ୟକୁ ସମ୍ମାନ ଜଣାଇବାକୁ ତ୍ରିରଙ୍ଗା ଯାତ୍ରାରେ ବି ହେବେ ସାମିଲ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର କରିବେ ଶୁଭାରମ୍ଭ । ୫୦ ହଜାର ହିତାଧିକାରୀଙ୍କୁ ବାଣ୍ଟିବେ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ।ମୋହନ ସରକାରଙ୍କ ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଜନାର ବର୍ଷା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ । ଅପରାହ୍ନ ୩ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ କରାଯିବ ଭବ୍ୟ ସ୍ୱାଗତ । ପ୍ରଥମେ ତ୍ରିରଙ୍ଗାଯାତ୍ରା ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରୁ ଏଜି ଛକ ପର୍ଯ୍ୟନ୍ତ କରାଯାଇ ପାରେ ତ୍ରିରଙ୍ଗା ଯାତ୍ରା । ପରେ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ।ଜନତା ମଇଦାନରେ ପହଁଚି ଓଡ଼ିଶାକୁ ବଡ଼ ଭେଟି ଦେବା ସହ ରାଜ୍ୟ ସରକାରଙ୍କ ଅନେକ ନୂଆ ଯୋଜନାର କରିବେ ଶୁଭାରମ୍ଭ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୫୦ ହଜାର ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ ସହ ପ୍ରାୟ ୧୦୦ ଜଣ ମହାପରୁଷଙ୍କ ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯିବ । ଶେଷରେ ଜନତା ମଇଦାନରେ ଉପସ୍ଥିତ ପ୍ରାୟ ଲାକ୍ଷାଧିକ ଲୋକଙ୍କୁ କରିବେ ସମ୍ବୋଧନ I

Exit mobile version