ପିପିଲି : କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଗତ ୧ ତାରିଖରେ ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା । ତେବେ ବୁଧବାର ରାତିରେ ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍କାଉଣ୍ଟର କରିଛି ପୋଲିସ । ସୂଚନା ଅନୁଯାଇ ପିପିଲି ପୋଲିସ କ୍ରିଷ୍ଣାଙ୍କ ପିଛା କରୁଥିବା ବେଳେ ସେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା । ଫଳରେ ପିପିଲି ଆଇଆଇସି ପାଲଟା ଏନକାଉଣ୍ଟର କରିଥିଲେ । ଅଭିଯୁକ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଆହତ ହୋଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ପ୍ରଥମେ ପିପିଲି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ବିଭିନ୍ନ ଥାନାରେ ପଞ୍ଜିକୃତ ଅନେକ ଛିନତାଇ ମାମଲାରେ ସେ ଜଡିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।
କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ କଲା ଏନକାଉଣ୍ଟର
