ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଧରାପଡିଲେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମ୍ୟାଡାମ୍ ମୌସୁମୀ ବେହେରା । ଫୁଲନଖରା ରେଞ୍ଜ ଅଧିନ ଜଣେ କର୍ମଚାରୀଙ୍କଠାରୁ ବୃକ୍ଷରୋପଣ ସ୍ଥାନଗୁଡିକର ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ କାମ ପାଇଁ ଉଦ୍ଦିଷ୍ଟ ବିଲ୍ ପାସ୍ କରିବା ବଦଳରେ ଲକ୍ଷେ ଟଙ୍କା ଲାଂଚ ନେଉଥିଲେ । ଜୁଲାଇରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ତିନୋଟି ବୃକ୍ଷରୋପଣ ସ୍ଥାନର ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ବିଲ୍ ପାସ୍ କରିବାକୁ ୩ ମାସର ଅର୍ଥରାଶି ମଂଜୁର କରିବାକୁ ୧ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ଟଙ୍କା ନଦେଲେ ଆଗାମୀ ମାସର ବିଲ୍ ପାସ୍ ନକରିବାକୁ ଧମକ ବି ଦେଇଥିଲେ । ଟଙ୍କା ଦେବାରେ ଅକ୍ଷମ କର୍ମଚାରୀ ଅତିଷ୍ଟ ହୋଇ ଭିଜିଲାନ୍ସରେ ଜଣାଇଥିଲେ । ଏହାପରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ଜାଲ ବିଛାଇ ମୌସୁମୀ ବେହେରା ଲାଞ୍ଚ ନେଉଥିବା ବେଳେ ଧରିଥିଲା । ତାଙ୍କଠାରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ସେଲ୍ ଥାନାରେ ପିସି ଆଇନ ୨୦୧୮ ଧାରା ୭ ଅନୁସାରେ ଏକ ମାମଲା ରୁଜୁ ହୋଇଛି ।
ଲାଞ୍ଚ ନେଇ ଫସିଲେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର
