Nababharat News

ଟ୍ୱିନ ସିଟିରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି, ଯାହା ଗ୍ରାହକମାନଙ୍କୁ ଆଶ୍ଵସ୍ତି ଦେଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୦.୨୨ ପଇସା କମି ୧୦୦.୯୭ ଟଙ୍କାକୁ ପହଞ୍ଚିଛି। ସେହିପରି ଡିଜେଲ ଦର ମଧ୍ୟ ୦.୨୨ ପଇସା ହ୍ରାସ ପାଇ ୯୨.୫୫ ଟଙ୍କାରେ ବିକ୍ରି ହେଉଛି। ଏହି ହ୍ରାସ ସତ୍ତ୍ୱେ ମଧ୍ୟ ଦର ଶତକ ଉପରେ ରହିଛି। ଅନ୍ୟପକ୍ଷରେ କଟକରେ ମଧ୍ୟ ତୈଳ ଦରରେ ହ୍ରାସ ଦେଖାଯାଇଛି। ଏଠାରେ ପେଟ୍ରୋଲ ଦର ୦.୧୩ ପଇସା କମି ୧୦୧.୧୯ ଟଙ୍କା ହୋଇଥିବାବେଳେ, ଡିଜେଲ ଦର ୦.୧୧ ପଇସା କମି ୯୨.୭୭ ଟଙ୍କାରେ ପହଞ୍ଚିଛି। ସେହିପରି ଦେଶର ଅନ୍ୟାନ୍ୟ ପ୍ରମୁଖ ସହର ସହ ତୁଳନା କଲେ, ଦିଲ୍ଲୀରେ ପେଟ୍ରୋଲ ଦର ୯୪.୭୭ ଟଙ୍କା ଥିବାବେଳେ, କୋଲକାତାରେ ଏହା ୧୦୫.୪୧ ଟଙ୍କା ଓ ଚେନ୍ନାଇରେ ୧୦୦.୮୦ ଟଙ୍କା ରହିଛି। ଡିଜେଲ ଦର ମଧ୍ୟ ସମାନ ଧାରାରେ ଚାଲିଛି। ତୈଳ ଦରରେ ଏହି ସାମାନ୍ୟ ହ୍ରାସ ଦୈନିକ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ନ ଆଣିଥିଲେ ମଧ୍ୟ, ଆଗାମୀ ଦିନରେ ଦର ଆହୁରି କମିବ କି ନାହିଁ, ସେଥିପାଇଁ ଲୋକମାନଙ୍କ ଆଶା ଜାରି ରହିଛି।

Exit mobile version