Nababharat News

ପାତ୍ରପଡ଼ା V2 ସମୁଖରେ ଦୁର୍ଘଟଣା ଘଟାଇଥିବା ଥର୍‌ ଧରାପଡ଼ିଲା

ଭୁବନେଶ୍ୱର: ପାତ୍ରପଡ଼ା V2 ସମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷ ଝିଅର ଜୀବନ ଚାଲିଯାଇଥିବା ବେଳେ ମା’ ଓ ଦୁଇ ବର୍ଷ ର ପୁଅ ଗୁରୁତର ଅବସ୍ଥାରେ ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାମିଳିଛିକି ରାସ୍ତା ପାରି ହେବା ସମୟ ରେ ପଛରୁ ସ୍କର୍ପିଓ ଓ ଥାର ଦ୍ରୁତ ଗତିରେ ଆସି ଦୁର୍ଘଟଣା କରିଥିବା ଅଭିଯୋଗ ହୋଇଛି । ତେବେ CCTV ଆଧାରରେ ଖଣ୍ଡଗିରି ଥାନା ପୋଲିସ୍ ଜଟଣୀ ଅଂଚଳରୁ ଜବତ କରିଛି ଉକ୍ତ ଥର୍‌ ଗାଡି । ଜଟଣୀ ଥାନା ନିକଟରେ ଥର୍‌ ରଖି ଫେରାର୍ ହୋଇଯାଇଥିଲେ ଡ୍ରାଇଭର୍ । ବର୍ତ୍ତମାନ ଉଭୟ ମା’, ଦୁଇ ବର୍ଷ ର ପୁଅ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତେ ପାତ୍ରପଡା ଫୁଲେଶ୍ୱରୀ ବସ୍ତିର ବାସିନ୍ଦା ବୋଲି ଜଣା ପଡିଛି । ଅନ୍ୟପଟେ ଭୁବନେଶ୍ୱର ପାତ୍ରପଡ଼ାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫୁଲେଶ୍ୱରୀ ବସ୍ତିର ଲୋକେ । ଫୁଟ୍‌ ଓଭର୍ ବ୍ରିଜ୍‌ ନିର୍ମାଣ ଦାବିରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି । NH ଅବରୋଧ ଯୋଗୁଁ ଉଭୟ ପଟରେ ଅଟକିଛି ଶହ ଶହ ଗାଡ଼ି ।

Exit mobile version