Nababharat News

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଆଜି ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ ଟାରେ ହେଲିକପ୍ଟର ଯୋଗେ ବିଶାଖାପାଟଣାରୁ ଆସି କୋରାପୁଟ ବିଏସ୍‌ଏଫ ହେଲିପ୍ୟାଡ୍‌ରେ ପହଞ୍ଚିବେ ପରେ ସେଠାରୁ କାର୍‌ରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ ହାଉସ୍‌ଠାରେ ପ୍ରାୟ ୨ ଘଣ୍ଟା ଧରି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ। ସନ୍ଧ୍ୟା ୬ ଟାରେ ପରବ ପଡ଼ିଆକୁ ଯିବେ। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ପରେ ପଲ୍ଲିଶ୍ରୀ ମେଳା ଯାଇ ସେଠାରେ କରାଯାଇଥିବା ମାଣ୍ଡିଆ ପ୍ରଦର୍ଶନୀ ଷ୍ଟଲ୍‌ ଓ କୋରାପୁଟ କଫି ଷ୍ଟଲ ପରିଦର୍ଶନ କରିବା ପରେ ପରବ ଚତୁର୍ଥ ସନ୍ଧ୍ୟା ଶୁଭାରମ୍ଭ କରିବେ ଓ ଜିଲ୍ଲାର ଉଲ୍ଲେଖନୀୟ ସଫଳତା ପାଇଥିବା କଳାକାର ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବେ। ପରେ ପ୍ରାୟ ୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିବେ। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଏନେଇ କୋରାପୁଟରେ ପୋଲିସ ପକ୍ଷରୁ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ଖବର ମିଳିଛି।

Exit mobile version