Nababharat News

ବାରିପଦାରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ପୋଲିସ ଲକ୍ଷ୍ମୀପୋଷିସ୍ଥିତ କେବି ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ବେଆଇନ ଗଞ୍ଜେଇ ଚାଲାଣ କାର ଉପରେ ଚଢ଼ାଉ କରି ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ, ନଗଦ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର୍ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୋଷି କେନ୍ଦ୍ରିୟ ବିଦ୍ୟାଳୟ ନିକଟ ଦେଇ ଏକ କାରରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ଭଞ୍ଜପୁର ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ନାକାବନ୍ଦୀ କରି ଯାନବାହନ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଏକ ସନ୍ଦିଗ୍ଧ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍‌କୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମିଳିଥିଲା। ପୋଲିସ ଗାଡ଼ିରେ ଥିବା ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବା ସହ ଘଟଣାସ୍ଥଳରୁ ଉକ୍ତ ଗଞ୍ଜେଇ, ନଗଦ ଲକ୍ଷାଧିକ ଟଙ୍କା ସହିତ କାର୍‌ଟିକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି । ଏହି ଗଞ୍ଜେଇ କେଉଁଠାରୁ ଆସି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଏବଂ ଏହି ର‍୍ୟାକେଟ୍ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।

Exit mobile version