ଭୁବନେଶ୍ୱର: ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ଏହି ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି । ସେପଟେ କୋରାପୁଟରୁ ସମ୍ପୃକ୍ତ ଜେରକ୍ସ ଦୋକାନ ମାଲିକଙ୍କୁ ଉଠାଇ ଆଣିଛି କ୍ରାଇମବ୍ରାଞ୍ଚ୍ । ସମ୍ପୃକ୍ତ ବ୍ୟକ୍ତିଙ୍କ ଜେରକ୍ସ ଦୋକାନରେ ହୋଇଥିଲା OTET ପ୍ରଶ୍ନପତ୍ର ଫଟୋକପି । ସୂଚନାଅନୁଯାୟୀ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ତେବେ ଉପ ସଭାପତି ନିହାର ମହାନ୍ତିଙ୍କୁ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । କେମିତି ଉପ ସଭାପତିଙ୍କ ଲ୍ୟାପଟପ୍ କୁ ପ୍ରଶ୍ନପତ୍ର ଆସିଲା, ମୁଖ୍ୟ ଅଭିଯୁକ୍ତ ଜିତେନ୍ ମହାରଣା କେମିତି ଉପ ସଭାପତିଙ୍କ ଲ୍ୟାପଟପର ପାସୱାର୍ଡ ଜାଣିଲେ ଏସବୁକୁ ନେଇ ଉପ ସଭାପତିଙ୍କୁ ପଚାରିଥିଲା କ୍ରାଇମବ୍ରାଞ୍ଚ ।
OTET ପ୍ରଶ୍ନପତ୍ର ଲିକ୍ ଘଟଣା: ବୋର୍ଡ ଉପସଭାପତିଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ
