Nababharat News

୭ ହଜାର ଟଙ୍କା ଲାଞ୍ଚ ନେଇ ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର

ବାଲେଶ୍ୱର: ୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିବା ମନୀଷା ମିଶ୍ରଙ୍କ ଚାକିରିକୁ ତତ୍କାଳ ପ୍ରଭାବରେ ବାତିଲ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନା ଥାଉ ଯେ, ଜମି ପଞ୍ଜୀକରଣ ଓ ବିକ୍ରୟ ଦଲିଲ ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ମନୀଷା । ଅଭିଯୋଗ ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ପଞ୍ଚରୁଖି ଗାଁର ଜ୍ଞାନରଞ୍ଜନ ପାତ୍ରଙ୍କଠାରୁ ଜମି ସମ୍ପର୍କିତ କାମ କରାଇଦେବା ପାଇଁ ସେ ଲାଞ୍ଚ ଦାବି କରିଥିଲେ । ଗତ ନଭେମ୍ବର ୬ ତାରିଖରେ ନିଜ ଅଫିସ୍ ଚାମ୍ବରରେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ତାଙ୍କୁ ଧରିଥିଲେ । ଏହି ଘଟଣାରେ ଦୁର୍ନୀତି ନିବାରଣ ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିଲା । ନଭେମ୍ବର ୭ ତାରିଖରେ ମନୀଷାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଅନ୍ୟପଟେ ମନୀଷା ମିଶ୍ର ଜଣେ ପ୍ରୋବେସନରେ ଥିବା ORS ଅଧିକାରୀ । ଅର୍ଥାତ୍ ତାଙ୍କର ପରୀକ୍ଷାମୂଳକ ଚାକିରି ଅବଧି ଶେଷ ହୋଇନଥିଲା । ଭିଜିଲାନ୍ସ ବିଭାଗର ରିପୋର୍ଟ ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଗୁରୁତ୍ୱକୁ ବିଚାର କରି ରାଜ୍ୟ ସରକାର ଚାକିରି ବାତିଲ ନିଷ୍ପତ୍ତି ନେଇଛନ୍ତି । ସରକାରୀ ନିର୍ଦ୍ଦେଶନାମାରେ ଏହି ଘଟଣାକୁ ଗୁରୁତର ଦୁର୍ନୀତି ଓ ଆଚରଣବିଧିର ଉଲ୍ଲଂଘନ ଭାବେ ଦର୍ଶାଯାଇଛି । ଏଭଳି ଅଭିଯୋଗ ପରେ ମନୀଷାଙ୍କୁ ଚାକିରିରେ ରଖିବା ଜନସ୍ୱାର୍ଥ ପାଇଁ କ୍ଷତିକାରକ ହେବ ବୋଲି ନିଯୁକ୍ତି କର୍ତ୍ତୃପକ୍ଷ ମତ ଦେଇଛନ୍ତି। ORS ନିଯୁକ୍ତି ନିୟମ, ୨୦୧୧ର ଧାରା ୧୭(୨) ଏବଂ ୨୦୧୬ର ପ୍ରୋବେ ତେବେ ଲାଞ୍ଚ ଅଭିଯୋଗରେ ଗିରଫ ହେବାର ମାତ୍ର ତିନି ଦିନ ମଧ୍ୟରେ ମନୀଷାଙ୍କ ଚାକିରି ବାତିଲ କରିଛନ୍ତି ସରକାର ।

Exit mobile version