ଭୁବନେଶ୍ୱର: ଓଡ଼ିଶାର ଖଣିଜ କ୍ଷେତ୍ରରେ ନୂଆ ଇତିହାସ ରଚିଛି (ଓଏମସି)। ଆର୍ଥିକ ବର୍ଷ ୨୦୨୫-୨୬ରେ ସଂସ୍ଥା ୪୪.୮୨ ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ କରି ସର୍ବାଧିକ ରେକର୍ଡ ସ୍ଥାପନ କରିଛି, ଯାହା ଓଡ଼ିଶାର ଔଦ୍ୟୋଗିକ ଉନ୍ନତିକୁ ନୂଆ ଗତି ଦେଇଛି। ଏଥିରେ ସବୁଠାରୁ ବେଶି ଅଂଶ ରହିଛି ଲୌହ ଧାତୁର। ଏହାର ଉତ୍ପାଦନ ୪୦.୦୨ ମିଲିୟନ୍ ଟନ୍ ପହଞ୍ଚିଛି, ଯାହା ପୂର୍ବବର୍ଷ ତୁଳନାରେ ୧୨% ଅଧିକ। ସେହିପରି କ୍ରୋମ ଧାତୁ ୧.୬୯ ମିଲିୟନ୍ ଟନ୍ ଓ ବକ୍ସାଇଟ୍ ୨.୮୩ ମିଲିୟନ୍ ଟନ୍ ଉତ୍ପାଦନ ହୋଇଛି। ଓଏମସି କେବଳ ଉତ୍ପାଦନରେ ନୁହେଁ, ବିକ୍ରୟରେ ମଧ୍ୟ ଭଲ କାମ କରିଛି। ମୋଟ ୪୨.୫୨୪ ମିଲିୟନ୍ ଟନ୍ ଖଣିଜ ବିକ୍ରୟ କରି ସଂସ୍ଥା ୨୫,୩୦୦ କୋଟି ଟଙ୍କାର ଆୟ କରିଛି, ଯାହା ସର୍ବାଧିକ। ଏହା ଓଡ଼ିଶାର ଆର୍ଥିକ ବିକାଶ ସହିତ ଦେଶର ଶିଳ୍ପ ସ୍ଥାପନାକୁ ମଜବୁତ କରିବାରେ ଓଏମସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେବେ ଏହି ସଫଳତା ପଛରେ ଭଲ ପ୍ଲାନିଂ, ଦଳୀୟ କାମ ଓ ନୂଆ ପ୍ରଯୁକ୍ତିର ବଡ଼ ଭୂମିକା ରହିଛି। ଓଏମସି ଏବେ ଓଡ଼ିଶାର ଉନ୍ନତିରେ ଆଉ ଏକ ନୂଆ ମାଇଲଷ୍ଟୋନ୍ ସୃଷ୍ଟି କରିଛି।
OMCର ଉତ୍ପାଦନରେ ୧୨% ବୃଦ୍ଧି ସହ ୨୫ ହଜାର କୋଟି ପାର କଲା ଆୟ
