Nababharat News

କର୍ତବ୍ୟ ପଥରେ ଏଥର ଗଡିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ/ଭୁବନେଶ୍ଵର: କର୍ତବ୍ୟ ପଥରେ ଏଥର ଗଡିବା ଓଡ଼ିଶା ପ୍ରଜ୍ଞାପନ ମେଢ଼ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ‌ ପରେଡ୍‌ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ କର୍ତ୍ତବ୍ୟପଥରେ ଦର୍ଶକମାନେ ଓଡ଼ିଶାର କଳାକୁ ଆଖି ଆଗରେ ଦେଖିବାର ସୁଯୋଗ ପାଇପାରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି ହୋଇଛି।

ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ କରାଯାଇଛି ବୋଲି ଚିଠିରେ ଉଲ୍ଲେଖ ‌ହୋଇଛ। ଯେଉଁ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଆସିବ ସେଠାକାର ସରକାରଙ୍କ ଦ୍ବାରା ଏହାକୁ ୨୦୨୪ ଜାନୁଆରି ୧୯ ମଧ୍ୟରେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯିବାର ଆବଶ୍ୟକତା ଅଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସନ୍ତା ୨୩ ତାରିଖ ଦିନ ପ୍ରଜ୍ଞାପନ ମେଢ଼ଗୁଡ଼ିକର ରିହରସଲ ହେବ।

ସୂଚନାଯୋଗ୍ୟ, ଗତବର୍ଷ ସ୍ଵାଧୀନତାର ୭୫ତମ ଉତ୍ସବ ପାଳନ କରାଯାଇଥିବାରୁ ସ୍ବାଧୀନତା ସଂଗ୍ରାମ ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ପଠାଇବାକୁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ନିମନ୍ତ୍ରଣ କରାଯାଇଥିଲା। ସେହି ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ଚାରିଟି ପ୍ରଜ୍ଞାପନ ମେଢ଼ର ଚିତ୍ର ସହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ପାଇକ ବିଦ୍ରୋହର ବୃ୍ତ୍ତଚିତ୍ର ପ୍ରଦାନ କରାଯାଇଥିଲା। ଏହାକୁ ଦିଲ୍ଲୀର ଚୟନ କମିଟି ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ନେଇଥିଲେ। ମାତ୍ର ହଠାତ୍ ଏହାକୁ ବାଦ୍ ଦିଆଗଲା। ଗତବର୍ଷ ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ‌ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ଥାନ ଦିଆନଯିବା ପ୍ରତିବାଦରେ ଓଡ଼ିଶା ପାଇକ ଏକାଡେମି, ସମରକଳା ଏକାଡେମି ସମେତ ଏକାଧିକ ଅନୁଷ୍ଠାନ ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

Exit mobile version