Nababharat News

ଲେଫ୍ଟନାଣ୍ଟ ହର୍ଷିତ ଦେଓ ହେଲେ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି

ଭୁବନେଶ୍ୱର: ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ ଏଡିସି ଭାବେ ଲେଫ୍ଟନାଣ୍ଟ ହର୍ଷିତ ଦେଓ ନିଯୁକ୍ତ ହୋଇଛନ୍ତି । ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଦେଓ ପ୍ରତିଷ୍ଠିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରାକ୍ତନ ଛାତ୍ର ଏବଂ ଆପ୍ଲାଇଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି । ୨୦୨୨ ମେ ମାସରେ ଆଇଏନଏସ୍ ଦିଲ୍ଲୀରେ ସବ୍-ଲେଫ୍ଟନାଣ୍ଟ (ଆଫ୍ଲୋଟ୍) ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବା ପରେ ଲେଫ୍ଟନାଣ୍ଟ ଦେଓ ଏସଏଲଟି (ଏକ୍ସ) ଟେକ୍ କୋର୍ସ କରିଥିଲେ ଏବଂ ଏହା ପରେ ୨୦୨୩ ଏପ୍ରେଲ ମାସରେ ଓ୍ବାଚ୍ କିପିଂ ଡ୍ୟୁଟି ପାଇଁ ଆଇଏନଏସ୍ ଆଦିତ୍ୟରେ ନିଯୁକ୍ତ ହୋଇଥିଲେ। ୨୦୨୩ ଡିସେମ୍ବରରେ ସେ ଆଇଏନଏସ୍ ଆଦିତ୍ୟରେ ଓ୍ବାଚ୍ କିପିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ଲେଫ୍ଟନାଣ୍ଟ ହର୍ଷିତ ଦେଓ ନିଜର ଉତ୍ତମ ଶୈକ୍ଷିକ ପୃଷ୍ଠଭୂମି ଏବଂ ପେଶାଦାର ନୌସେନା ଅଭିଜ୍ଞତା ସହିତ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି।

Exit mobile version