ନୂଆପଡା : ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହେବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ନୂଆପଡ଼ା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧୀକାରୀ (ସିଇଓ)ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତିରେ କୁହାଯାଇଛି ଯେ, ଚଳିତ ସେପ୍ଟେମ୍ବର ୧୫ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟରମାନେ ୧୫ ତାରିଖ ସୁଦ୍ଧା ଦାବି ଓ ଆପତ୍ତି କରିପାରିବେ। ସେହିପରି ଆସନ୍ତା ଅକ୍ଟୋବର ୯ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗତ ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ବିଜୟ ହାସଲ କରିଥିଲା। ତେଣୁ ବିଜୟ ଧାରା ଜାରି ରଖିବାକୁ ବିଜେଡି ଉଦ୍ୟମ କରିବ। ସେହିପରି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଦ୍ବିତୀୟ ଓ କଂଗ୍ରେସ ଚତୁର୍ଥ ସ୍ଥାନରେ ଥିଲେ। ବିଜେପି ତୃତୀୟ ସ୍ଥାନରେ ଥିଲା। ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଆସନରେ ଜିତି ବିଧାନସଭାରେ ନିଜର ସଦସ୍ୟ ସଂଖ୍ୟା ବଢ଼ାଇବାକୁ ଚାହିଁବ। ନୂଆପଡ଼ା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି । ହୃଦଘାତର ଶିକାର ହେବା ପରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ ଢୋଲକିଆଙ୍କ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ରହିଛି ।
ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
