ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ । ଘରୋଇ ସ୍କୁଲ ଗୁଡ଼ିକରେ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକଙ୍କୁ ଶୋଷଣ କରିବା ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କେତେକ ବେସରକାରୀ ଶିକ୍ଷାନୁଷ୍ଠାନ ଲାଭ ଆଶାରେ ନିଜସ୍ୱ ପ୍ରକାଶନୀ ବହି ପଢ଼ିବାକୁ ପିଲାଙ୍କୁ ବାଧ୍ୟ କରୁଛନ୍ତି, ଯାହା ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ NCERT ବହି ପଢିବେ , ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ । ଅଭିଭାବକମାଙ୍କ ଠାରୁ ଅନେକ ସମୟରେ ଅଭିଯୋଗ ଆସେ ଯେ, ବାହାରେ କମ୍ ଦାମ୍ରେ ବହି ମିଳୁଥିବା ବେଳେ ସ୍କୁଲ ପକ୍ଷରୁ ନିର୍ଦ୍ଦିଷ୍ଟ ଦୋକାନ କିମ୍ବା ସ୍କୁଲ କ୍ୟାମ୍ପସରୁ ଦାମୀ ବହି କିଣିବାକୁ ଚାପ ପକାଯାଉଛି । ଏହା ଉପରେ ଅଙ୍କୁଶ ଲଗାଇବାକୁ ବିଭାଗ ନୂତନ ନିୟମାବଳୀ ପ୍ରସ୍ତୁତ କରୁଛି । ଖୁବଶୀଘ୍ର ଏଥିପାଇଁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହେବାକୁ ଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ:ଗଣଶିକ୍ଷା ମନ୍ତ୍ରୀ
