Nababharat News

ରାଷ୍ଟ୍ରପତିଙ୍କଠୁ ଜାତୀୟ ପୁରସ୍କାର ଗ୍ରହଣ କଲେ ଚିତ୍ରଶିଳ୍ପୀ ମାନସ ଦାସ

ନୂଆଦିଲ୍ଲୀ: ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ ‘ଏ କଲ ଫର ପ୍ରୋଗ୍ରେସ’ ପାଇଁ ମାନସ ଗ୍ରହଣ କରିଛନ୍ତି ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ମାନସ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ । ରାଷ୍ଟ୍ରୀୟ ଲଳିତ ଏକାଡେମୀ ପକ୍ଷରୁ ଆୟୋଜିତ ୬୪ ତମ ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ପୁରସ୍କାର ବିତାରଣୀ ଉତ୍ସବରେ ଓଡ଼ିଶାର ମାନସ ଦାସ ହୋଇଛନ୍ତି ପୁରସ୍କୃତ । ଲଳିତ କଳା ଏକାଡେ଼ମୀ ଦ୍ୱାରା ନିମନ୍ତ୍ରଣ ପାଇ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ହାତରୁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଏହି ମୁକ ଓ ବଧିର ଚିତ୍ରଶିଳ୍ପୀ । ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ “ଏ କଲ ଫର ପ୍ରୋଗ୍ରେସ” ପାଇଁ ମାନସ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତ ବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ସେ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ । କଣ୍ଟେମ୍ପୋରାରି ସବଜେକ୍ଟକୁ ଆଧାର କରି ମାନସ ଚିତ୍ର କରନ୍ତି । ମାନସ ୧୫ରୁ ଉର୍ଦ୍ଧ୍ବ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ଗ୍ରହଣ କରିଛନ୍ତି । ଶ୍ରୀଲଙ୍କା, ଦୁବାଇ, ସାଉଦି ଆରବରେ ସେ କାର୍ଯ୍ୟ କରିଛନ୍ତି । ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ମାଷ୍ଟର ଫାଇନ ଆର୍ଟସରେ ଡିଗ୍ରୀ ଓ ୨୦୧୬ରେ ଏମ ଫିଲ ମଧ୍ୟ ସମାପ୍ତ କରିଛନ୍ତି ମାନସ ।

Exit mobile version