Nababharat News

ନବ କଳେବର ହେବ ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ

ଭୁବନେଶ୍ୱର: ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର। ଏନେଇ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ ହେବ। କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଡ଼ାଯିବ। ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩ ବର୍ଗରେ ବିଭକ୍ତ କରାଯାଇଛି। ବଡ଼ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍‌ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ। ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍‌ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ। କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ। ଭୁବନେଶ୍ୱରରେ ନିର୍ମାଣ ହେବ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ। ଯେଉଁଥିରେ ଜିମ୍‌, ଲାଇବ୍ରେରୀ ସହ ୱାନ BHK ଓ ଟୁ BHK ରହିବ।

Exit mobile version