Nababharat News

ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ

ରାଉରକେଲା: ଗତ କଲି ମଧ୍ୟ ରାତିରେ ସିପିଆଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲ ଅଧୀନସ୍ଥ ଛୋଟାନାଗରା ଠାରେ ପୁଣି ଥରେ ଗୋଟିଏ ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ନଷ୍ଟ କରିଦେଇଛନ୍ତି ମାଓବାଦୀ । ଛୋଟାନାଗରାର ବାହାଡ଼ା ଗାଁରେ ବହୁ ସଂଖ୍ୟକ ସଶସ୍ତ୍ର ମାଓବାଦୀ ପହଞ୍ଚି ଏହି ମୋବାଇଲ ଟାୱାର ଉପକରଣକୁ ନିଆଁ ଲଗାଇ ନଷ୍ଟ କରିଦେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ମୋବାଇଲ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି। ଏହାଛଡ଼ା ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ ମାଓ ପୋଷ୍ଟର ଲଗାଇଛନ୍ତି। ପୋଷ୍ଟର ମାଧ୍ୟମରେ, ମାଓବାଦୀମାନେ ପୁଲିସ ଦ୍ୱାରା କରାଯାଉଥିବା ମାଓବିରୋଧୀ ଅଭିଯାନର ପ୍ରତିବାଦ କରିଛି। ସେମାନେ ସଂଗଠନ ଦ୍ଵାରା ପ୍ରତିଶୋଧର ସପ୍ତାହ ପାଳନ କରିବା ବିଷୟରେ ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରିଛି। ସେମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଅକ୍ଟୋବର ୧୫ ତାରିଖରେ ବିହାର ଏବଂ ଝାଡ଼ଖଣ୍ଡ ସମେତ ପଡ଼ୋଶୀ ରାଜ୍ୟରେ ବ୍ୟାପକ ମାଓ ହଡ଼ତାଳ ଜାରି ରହିବ। ଏହି ମାଓ ଆକ୍ରମଣ ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଯାଇଛି। ଉଲ୍ଲେଖନୀୟ ଯେ ତିନିଦିନ ପୂର୍ବେ ମଧ୍ୟ ମାଓବାଦୀମାନେ ଝାଡ଼ଖଣ୍ଡ ସ୍ଥିତ ମନୋହରପୁର ଠାରେ ଏକ ମୋବାଇଲ୍ ଟାୱାରକୁ ନିଆଁ ଲଗାଇ ନଷ୍ଟ କରିଦେଇଥିଲେ।

Exit mobile version