Nababharat News

ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: କିଛି ଦିନ ତଳେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଥିବା ନେଇ ଘୋଷଣା କରିଥିଲେ । ଏବେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଯଦି ଜୟପୁରରେ ହୋଇ ପାରୁଛି ଓଡିଶାରେ କାହିଁକି ନୁହେଁ। ମେଟ୍ରୋ ପ୍ରକଳ୍ପ ନେଇ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଗତକାଲି କେନ୍ଦ୍ର ସରକାର କେନ୍ଦ୍ର କ୍ୟାବିନେଟ୍ ରେ ୧୩ ହଜାର କୋଟି ଟଙ୍କା ରାଜସ୍ଥାନ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁମୋଦନ କରିଛନ୍ତି। ଜୟପୁର ମେଟ୍ରୋ ଫେଜ୍-୨ ପାଇଁ, ଯାହାକି ରାଜସ୍ଥାନରେ ଅଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ଏହାର ଅଧା ପାଖାପାଖି ସାଢେ ୬ ହଜାର କୋଟି ଟଙ୍କା ସେମାନେ ବହନ କରିବେ। ରାଜସ୍ଥାନ ସରକାର ସାଢେ ୬ ହଜାର କୋଟି ଟଙ୍କା ବହନ କରିବେ। ଅପରପକ୍ଷରେ ଓଡିଶାର ଯେଉଁ ମେଟ୍ରୋ ପ୍ରକଳ୍ପ ରହିଛି, ଯାହାର କି କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ପାଇଁ। ଏହାକୁ ତତ୍କାଳୀନ ନେତା ନବୀନ ପଟ୍ଟନାୟକ ଚିନ୍ତା କରିଥିଲେ ଓ ତାହାର କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୪ରେ ଏହାର ମୋଟ ଖର୍ଚ୍ଚ ଥିଲା, ୬୨୫୫ କୋଟି। ଜୟପୁରର ମେଟ୍ରୋ ମଡେଲ୍ ପାଇଁ ଯଦି କେନ୍ଦ୍ର ସରକାର ଅଧା ଓ ରାଜ୍ୟ ସରକାର ଅଧା ବହନ କରିବେ। ହାରାହାରି ୩ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେବେ। ଓଡିଶାରେ ଖର୍ଚ୍ଚ କରିବାରେ ଅସୁବିଧା କ’ଣ ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ। ‘ଜୟପୁର ମଡେଲ୍’କୁ ଓଡ଼ିଶାରେ ଲାଗୁ କରିବାକୁ ସାଂସଦ ଦାବି କରିଛନ୍ତି। ପୁରୀ-ଖୋର୍ଦ୍ଧା-ଭୁବନେଶ୍ୱର-କଟକ ମେଟ୍ରୋ ପାଇଁ ଅନୁମୋଦିତ ଖର୍ଚ୍ଚ ୬,୨୫୫ କୋଟି ଟଙ୍କା ରହିଛି, ଯାହା ଜୟପୁର ମେଟ୍ରୋର ଅଧା ମାତ୍ର। ନୂଆ ମଡେଲ୍ ଅନୁଯାୟୀ, କେନ୍ଦ୍ର ସରକାର ପ୍ରାୟ ୩୧୦୦ କୋଟି ଏବଂ ରାଜ୍ୟ ସରକାର ପ୍ରାୟ ୩୧୦୦ କୋଟି ଟଙ୍କା ବହନ କରିବେ। ସରକାର ଓଡିଶାରେ ମେଟ୍ରୋ ପ୍ରକଳ୍ପ ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସସ୍ମିତ ପାତ୍ର ଦାବିପତ୍ର ଦେଇଛନ୍ତି। ଦାବି ପତ୍ର ଦେବା ସହ ଭିଡିଓ ମାଧ୍ୟମରେ ଏହା କହି ପୁନଃର୍ବିଚାର ପାଇଁ ଅପିଲ କରିଛନ୍ତି। ଓଡିଶା ମେଟ୍ରୋ ପ୍ରକଳ୍ପ ପୁନର୍ବିଚାର ପାଇଁ ସସ୍ମିତ ପାତ୍ର ଆହ୍ୱାନ ଦେଇଛନ୍ତି।

Exit mobile version