ଭୁବନେଶ୍ୱର: ଏସଆଇଆର୍ ପୂର୍ବରୁ ରାଜ୍ୟରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ପ୍ରାୟ ୭ ହଜାର ବୁଥ୍ ସଂଖ୍ୟା ବଢ଼ାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି l ଏସ୍ଆଇଆର୍ ପ୍ରସ୍ତୁତି ବିଗତ ପାଞ୍ଚ ମାସ ହେଲା ଜାରି ରହିଛି । ଏଥିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଦିଗ ଭାବରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ୨୦୨୫ରେ ମତଦାତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୭ ହଜାର ବୁଥ୍ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ପ୍ରାୟ ୩୬ ହଜାର ବୁଥ୍ ଥିବାବେଳେ ବର୍ଦ୍ଧିତ ସଂଖ୍ୟା ସହିତ ଏହା ୪୩ ହଜାରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତି ବୁଥରେ ମତ ଦାତାଙ୍କ ସଂଖ୍ୟା ଅତିବେଶୀରେ ୧୨୦୦ ରଖାଯାଇଛି । ଯାହା ଫଳରେ ମତଦାନରେ ଅଧିକ ସମୟ ଲାଗିବ ନାହିଁ । ପୂର୍ବରୁ ଗୋଟିଏ ବୁଥରେ ମତଦାତାଙ୍କ ସଂଖ୍ୟା ୧୪୦୦ ଥିଲା । ଯାହାଦ୍ୱାରା ମତଦାନରେ ବିଳମ୍ବ ହେଉଥିଲା । ଏହା ଜାତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତି ପାଇ ସାରିଛି । ଏସ୍ଆଇଆର୍ ପାଇଁ ଏହି ସମସ୍ତ ବୁଥରେ ତାଲିମ ପ୍ରାପ୍ତ ଅଧିକାରୀମାନଙ୍କୁ ନିଯୁକ୍ତ ମଧ୍ୟ କରାଯାଇ ସାରିଛି ।
ରାଜ୍ୟରେ ବଢ଼ିଲା ୭ ହଜାର ମତଦାନ କେନ୍ଦ୍ର
