ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ କୁଖ୍ୟାତ ମାଓ ନେତା ରହିଥିବା ସୂଚନା ମିଳିଛି । ଏପିରିକି ସେହି ଦୁଇ ହାର୍ଡକୋର ମାଓବାଦୀଙ୍କ ମୁଣ୍ଡ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର । ସେହିପରି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ସୁକୁମା ବିଜାପୁର ଓ ଦାନ୍ତେଓ୍ୱାଡା ଜିଲ୍ଲାର ଅନେକ ହିଂସାକାଣ୍ଡରେ ଜଡ଼ିତ ଥିବା କହିଛନ୍ତି ସୁକୁମା ଏସ୍ପି କିରଣ ଚୌହ୍ୱାନ । ମାଓ ସଂଗଠନ ଦୁର୍ବଳ ହେଉଥିବା ବେଳେ ନିଜର ଜୀବନ ବଞ୍ଚାଇବା ପାଇଁ ଏମାନେ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି।
ଆତ୍ମସମର୍ପଣ କଲେ ୧୬ ମାଓବାଦୀ
