Nababharat News

ମାନସ ମଙ୍ଗରାଜଙ୍କୁ ସଂସଦୀୟ ଦଳର ନେତା ଓ ସୁଲତା ଦେଓ ହେଲେ ଉପନେତା

ଭୁବନେଶ୍ୱର: ଦଳର ସଂସଦୀୟ ରଣନୀତିକୁ ଆହୁରି ମଜବୁତ କରିବାକୁ ବିଜେଡ଼ି ଏକ ନୂଆ ନିଷ୍ପତି ନେଇଛି । ରାଜ୍ୟସଭାରେ ବିଜେଡ଼ିର ସଂସଦୀୟ ଦଳ ନେତା ଭାବେ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ଉପନେତା ଭାବେ ସୁଲତା ଦେଓଙ୍କୁ ଦାୟିତ୍ୱ ଦେଇ ଦଳ ଏକ ସନ୍ତୁଳିତ ନେତୃତ୍ୱ ଗଠନ କରିଛି। ଗତ କିଛି ଦିନ ଧରି ସଂସଦୀୟ ଦଳ ନେତା ପଦକୁ ନେଇ ଦଳ ମଧ୍ୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଥିଲା। ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ କିଏ ନେବେ ଏହି ଦାୟିତ୍ୱ, ସେଥିପାଇଁ ଅନେକ ନାଁ ଆଗକୁ ଆସିଥିଲା। ବିଶେଷ କରି ନବନିର୍ବାଚିତ ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ନାଁକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଚର୍ଚ୍ଚାରେ ବିରାମ ଲଗାଇ ଶେଷ ସିଦ୍ଧାନ୍ତ ନେଇଛନ୍ତି। ବିଗତ ଅଧିବେଶନରେ ସୁଲତା ଦେଓଙ୍କ ସକ୍ରିୟ ଭୂମିକା ଓ ରାଜ୍ୟର ବିଭିନ୍ନ ମୁଦ୍ଦା ଉପସ୍ଥାପନ କରିବାର କ୍ଷମତା ପାଇଁ ଦଳ ତାଙ୍କୁ ଏହି ପଦ ଦେଇଛି। ଏହି ନୂଆ ନେତୃତ୍ୱ ସହ ବିଜେଡ଼ି ଆଗାମୀ ସଂସଦୀୟ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ସ୍ପଷ୍ଟ ହେଉଛି।

Exit mobile version