Nababharat News

ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ବିବାଦର ସମାଧାନ ହେଉ। ଗଣତନ୍ତ୍ର ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ। ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ସମସ୍ୟା ସମାଧାନ ସମୟ ସାପେକ୍ଷ। କଥାବାର୍ତ୍ତା ମାଧ୍ୟମରେ ସମାଧାନର ସମାଧାନ କରିବୁ । ବିଧାନସଭାରେ ପୂର୍ବତନ ଜଳ ସଂପଦ ମନ୍ତ୍ରୀ ଯେଉଁ ଭୁଲ ତଥ୍ୟ ଦେଇଥିଲେ । ତାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଛତିଶଗଡ଼ ସରକାର । ତେଣୁ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢିବା ପରେ ସବୁ ସମସ୍ୟାର ସମାଧାନ ହୋଇଯିବ ।

Exit mobile version