Nababharat News

ସରକାରୀ ଔଷଧ ଗୋଦାମ ବାହାରେ ପଡ଼ିଛି କୁଢ଼ କୁଢ଼ ଔଷଧ

ମୋହନା: ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିସିନ ଷ୍ଟୋର ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି । ବହୁବର୍ଷ ପୂର୍ବରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ବାହାରେ ପଡିବା ନଜିର ଆସିଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର କାରଣ ଜଣା ପଡ଼ିନାହିଁ । ସବୁଠାରୁ ବଡ଼ କଥା ହେଉଛି ଅନେକ ଔଷଧର ଏକ୍ସପାୟାରି ତାରିଖ ମଧ୍ୟ ଶେଷ ହୋଇନାହିଁ । ଏହି ଔଷଧ ଗୁଡିକ ପ୍ରାୟତଃ ମ୍ୟାଲେରିଆ ରୋଗପାଇଁ ଦିଆଯାଉଥିବା ଜଣାପଡିଛି । ତେବେ ଔଷଧ ଗୁଡିକୁ କାହିଁକି ଫିଙ୍ଗାଯାଇଛି ଯଦି ଏକ୍ସପାୟାରି ତାରିଖ ସରିଯାଇଛି ତାହେଲେ ନିୟମ ଅନୁସାରେ ଜିଲ୍ଲାକୁ ଫେରସ୍ତ ନକରି ଖୋଲାରେ କାହିଁକି ପକାଯାଇଛି। ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଛି

Exit mobile version