Nababharat News

କିମ୍‍ସରେ ବିରଳ ଓ ଜଟିଳ ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ (କିମସ)ର ଡାକ୍ତରମାନେ ଜଣେ ୧ ବର୍ଷ ବୟସର ଶିଶୁଠାରେ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି। ଶିଶୁଟିର ମୁଣ୍ଡର ଆକାର ଅସ୍ୱାଭାବିକ ରହିଥିବା ବେଳେ ଆଖି ଫୁଲିବା ସହ ବୃଦ୍ଧିରେ ବିଳମ୍ବ ହେଉଥିଲା। ପରିବାର ଲୋକେ ପିଲାଟିକୁ କିମ୍‍ସ ନେଇଥିଲେ। ପରୀକ୍ଷା ପରେ ଶିଶୁଟି କ୍ରୁଜନ୍ ସିଣ୍ଡ୍ରୋମ୍‌ରେ ପୀଡିତ ଓ ଖପୁରୀ ଭିତରେ ବିପଜ୍ଜନକ ଭାବରେ ଉଚ୍ଚ ଚାପ ଥିବା ଜଣାପଡିଥିଲା। ଏଭଳି ଅବସ୍ଥାରେ ଚିକିତ୍ସା କରାନଗଲେ ତାହା ଶିଶୁର ମସ୍ତିଷ୍କ ବିକାଶକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବାର ସମ୍ଭାବନା ଥିଲା। ତୁରନ୍ତ କିମ୍‍ସର ବିଶେଷଜ୍ଞମାନେ ଶିଶୁଠାରେ ସଫଳତାର ସହ କ୍ରାନିଓଫେସିଆଲ୍ ଅସ୍ତ୍ରୋପଚାର କରିଥିଲେ। ଏହା ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ କିମ୍‍ସ ଡାକ୍ତର ଏଥିରେ ସଫଳ ହୋଇଥିଲେ। ଶିଶୁଟି ଏବେ ସୁସ୍ଥ ଅଛି ଓ ସାଧାରଣ ଜୀବନଯାପନ କରୁଥିବା ଜଣାପଡିଛି।

Exit mobile version