Nababharat News

ଜେଏସପି ପକ୍ଷରୁ ପରିବେଶୀୟ ସଚେତନତା କାର୍ଯ୍ୟକ୍ରମ “ଅର୍ଥ୍ ଆୱର୍” ପାଳିତ

ଅନୁଗୁଳ:  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ପରିବେଶୀୟ ସଚେତନତା କାର୍ଯ୍ୟକ୍ରମ “ଅର୍ଥ ଆୱର -୨୦୨୪” ଅନୁଗୁଳ କମ୍ପାନୀ ପରିସରରେ ଉତ୍ସାହ ର ସହ ପାଳିତ ହୋଇଯାଇଛି। ଅନୁଗୁଳ ୟୁନିଟ ର ଭାରାପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଙ୍କଜ ମଲ୍ହାନ,ନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାମୋଦର ମିତ୍ତଲ ଜିନ୍ଦଲ ନଗର ବାସିନ୍ଦା ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସମୁଦାୟ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା।

ବିଶ୍ଵ ପରିବେଶ ର ସୁରକ୍ଷା ନେଇ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସନ୍ଧ୍ୟା ୮:୩୦ ମିନିଟ ରୁ ରାତି ୯:୩୦ ମିନିଟ ପର୍ଯ୍ୟନ୍ତ ଜିନ୍ଦଲ ନଗର ର ସମସ୍ତ ବିଜୁଳି ଆଲୋକ କୁ ବନ୍ଦ ରଖା ଯାଇଥିଲା ଏବଂ ପରିବେଶ ସୁରକ୍ଷା କର୍ମୀମାନେ ହାତରେ ମହମ୍ ବତୀ ଧରି ଦିବ୍ୟ ସରୋବର ଠାରୁ ଦେବ ଭୂମିଁ ପର୍ଯ୍ୟନ୍ତ ଯାଇଥିଲେ। 

ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନେ ଅତ୍ୟନ୍ତ ଉତ୍ସାହର ର ସହ ଭାଗ ନେଇ ପରିବେଶ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସେମାନେ ବିଶ୍ଵ ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀ କୁ ଦେଖା ଦେଉଥିବା ବିପଦ ଏବଂ ଏହାର ସୁରକ୍ଷା ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଆୟୋଜକ ଙ୍କ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ଏକ  ସ୍ପଟ କ୍ୱିଜ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

 ଏହି ଅବସରରେ ପରିବେଶ ପରିଚାଳନା ବିଭାଗ ପକ୍ଷରୁ “ପହଲ” ନାମକ ଯୋଜନା ର ଶୁଭାରମ୍ଭ କରାଯାଇ ଜିନ୍ଦଲ ନଗର ର ପ୍ରତିଟି ବାସିନ୍ଦା ଙ୍କୁ କପଡା ବ୍ୟାଗ୍ ବଣ୍ଟନ କରା ଯାଇଥିଲା ଏବଂ ଏକକ ଉପଯୋଗ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। ନିଜ ଅଞ୍ଚଳକୁ ସ୍ୱଚ୍ଛ ସବୁଜ ରଖିବା ପାଇଁ ଜିନ୍ଦଲନଗର ବାସୀ ଏଣିକି ଏକକ ଉପଯୋଗ ପ୍ଲାଷ୍ଟିକ ବ୍ୟାଗ୍ ବା ପଲିଥିନ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା।

Exit mobile version