Nababharat News

ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ସୁଚିକା ତରିୟାଲ୍ ଙ୍କୁ ମିଳିଲା ପ୍ରଥମ ବ୍ରୋଞ୍ଜ

ନୂଆଦିଲ୍ଲୀ: ୨୦୨୬ ଏସିଆନ୍ ଗେମ୍ସରେ ଭାରତର ସୁଚିକା ତରିୟାଲ୍ ମିକ୍ସଡ୍ ମାର୍ଶଲ୍ ଆର୍ଟସ (ଏମଏମଏ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଏମଏମଏକୁ ସାମିଲ କରାଯାଇଥିବା ବେଳେ, ଏହି ଖେଳରେ ଭାରତ ପାଇଁ ସୁଚିକା ପ୍ରଥମ ପଦକ ହାସଲ କରିଛନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ସୁଚିକା ସିଙ୍ଗାପୁରର ପ୍ରତିଯୋଗୀଙ୍କ ନିକଟରୁ ୨-୦ ରେ ପରାଜିତ ହୋଇଥିଲେ। ସେ ଫାଇନାଲକୁ ଯାଇପାରି ନଥିବାରୁ ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ ଅଧୁରା ରହିଯାଇଥିଲେ ମଧ୍ୟ, ଦେଶ ପାଇଁ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିବାରେ ସଫଳ ହୋଇଛନ୍ତି। ସିଙ୍ଗାପୁର ଖେଳାଳିଙ୍କଠାରୁ ୨-୦ ରେ ପରାଜୟ। ଏସିଆନ୍ ଗେମ୍ସ ଏମଏମଏ ବିଭାଗରେ ଭାରତର ପ୍ରଥମ ପଦକ। ଚଳିତ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନ ସୁଦ୍ଧା ଭାରତର ମୋଟ ପଦକ ସଂଖ୍ୟା ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜରେ ପହଞ୍ଚିଛି।

Exit mobile version