Nababharat News

ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ପୁଣି ଚାମ୍ପିୟନ,ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦେଶ ପାଇଁ ଜିତିଛି ସ୍ୱର୍ଣ୍ଣ ପଦକ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୧୬ ରନ କରିଥିଲା। ମାତ୍ର ଶ୍ରୀଲଙ୍କାର ପୂରା ଟିମ ୧୦୦ ରନ ମଧ୍ୟ କରିପାରି ନଥିଲା । ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ ୧୫.୪ ଓଭରରେ କେବଳ ୬୯ ରନ କରିଥିଲା । ଭାରତୀୟ ମହିଳା କ୍ରିକେଟ ଟିମ ଏହି ମ୍ୟାଚ୍‌କୁ ୧୪୭ ରନରେ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଛି । ସୂଚନା ଥାଉ ଯେ, ୩ ବର୍ଷ ତଳେ ଚାଇନାରେ ଅନୁଷ୍ଠିତ ଏସିଆନ ଗେମ୍ସର ୧୯ତମ ସଂସ୍କରଣରେ ମଧ୍ୟ ଭାରତୀୟ ମହିଳା ଟିମ ସ୍ୱର୍ଣ୍ଣ ପଦକ ଜିତିଥିଲା। ୨୦୨୬ରେ ମଧ୍ୟ ଡିଫେଣ୍ଡିଂ ଚାମ୍ପିୟନ ଅପରାଜେୟ ରହିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଦମଦାର ଷ୍ଟାର୍ଟ ଦେଇଥିଲେ ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା। ଉଭୟ ପ୍ରଥମେ ୱିକେଟ ପାଇଁ ୯.୫ ଓଭରରେ ୯୯ ରନ କରିଥିଲେ। ମନ୍ଧାନା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରି ନେଇଥିଲେ। ଶେଫାଳୀ ୫୦ ରନ ପୂରଣ କରିବାର ଅତି ନିକଟରେ ଥିଲେ। କିନ୍ତୁ ୨୮ ବଲରେ ୪୮ ରନ କରିଥିବା ଶେଫାଳୀ ୧୭ ବର୍ଷୀୟ ଚାମୁଡି ପ୍ରଭୋଡାଙ୍କ ବଲରେ ଆଉଟ ହୋଇ ଯାଇଥିଲା। ସେ ୩ଟି ଚୌକା ଓ ୩ଟି ଛକା ବଳରେ ୪୮ ରନ କରିଥିଲେ ।

Exit mobile version