ମୂମ୍ବାଇ: ଗତ ଗୁରୁବାର ମୁମ୍ବାଇରେ ଆୟୋଜିତ ଇଣ୍ଡିଆନ ନ୍ୟାସନାଲ ସିନେ ଏକାଡେମୀ ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ପୁରସ୍କୃତ କରାଯାଇଛି । ବୋଉ ବୁଟୁ ଭୂତର ଅଭିନେତା ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଓଡ଼ିଆ ଅଭିନେତା, ବାବୁସାନ ଫିଲ୍ମସ ତଥା ପ୍ରଯୋଜିକା ତୃପ୍ତି ମହାନ୍ତିଙ୍କୁ ଶ୍ରେଷ୍ଠ ଫିଲ୍ମ, ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଅନନ୍ତାର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ସି.ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଇନକା ସମ୍ମାନରେ ସମ୍ମାନିତ କରାଯାଇଥିଲାଫିଲ୍ମର ମୁଖ୍ୟ କଳାକାର ବାବୁସାନ ମହାନ୍ତି, ସହ ପ୍ରଯୋଜିକା ତୃପ୍ତି ଶତପଥୀ। ଏନ୍ସିଏ ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଅଭିନେତା, ଅଭିନେତ୍ରୀ ଓ ଫିଲ୍ମ ପୁରସ୍କାର ହାତେଇଛି ଚଳଚ୍ଚିତ୍ର ବୋଉ ବୁଟୁ ଭୂତ। ସମାରୋହରେ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତର ବହୁ ନାମୀ କଳାକାରମାନେ ଏକାଠି ହୋଇଥିଲେ । ଓଡ଼ିଆ ସହ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲାମ ଓ ଅନ୍ୟ ଭାଷାର ଚଳଚ୍ଚିତ୍ରକୁ ଆୱାର୍ଡ ମିଳିଥିଲା । ଅଭିନେତା ରାଣା ଦଗୁବତି ଓ ପ୍ରଯୋଜକ କରଣ ଜୋହର ଏହି ସମାରୋହକୁ ପରିଚାଳନା କରିଥିଲେ ।
ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ମିଳିଲାପୁରସ୍କାର
