Nababharat News

କଲେଜ ଭଳି ସ୍କୁଲରେ ଗଠନ ହେବ ଆଇସିସି କମିଟି

ଭୁବନେଶ୍ୱର: କଲେଜ ଭଳି ସ୍କୁଲରେ ଗଠନ ହେବ ଆଇସିସି କମିଟି । ଆଇସିସି କମିଟି ସଠିକ୍ ଭାବେ ଗଠନ କରି କାମ କରିବାକୁ ଗଣଶିକ୍ଷା ବିଭାଗର କଡା ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି । କଡାକଡି ନିୟମ ଲାଗୁ ପାଇଁ ଗଣ ଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ ଛାତ୍ରୀ ମୃତ୍ୟୁ ପରେ ସଜାଗ ହୋଇଛି ଗଣଶିକ୍ଷା ବିଭାଗ । କଲେଜ ଓ ସ୍କୁଲରେ ସୁସ୍ଥ ଶୈକ୍ଷିକ ବାତାବରଣ ବଜାୟ ରଖିବା ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛି ବିଭାଗ । ସ୍ଵତନ୍ତ୍ର ଭାବେ ଛାତ୍ରୀ ଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ସ୍ଵତନ୍ତ୍ର ଭାବେ ସ୍କୁଲ ଛାତ୍ରୀଙ୍କ ସୁରକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରିକି ହେଲ୍ପ ଲାଇନ୍ ନମ୍ୱର୍ ସ୍କୁଲ୍ କାନ୍ଥରେ ଡିସ ପ୍ଲେ କରିବା ସହ ଲିଙ୍ଗଗତ ସମାନତା ନେଇ ବର୍ଣ୍ଣାଳି ପାଠ୍ୟକ୍ରମରେ ସାମିଲ୍ କରି ଛାତ୍ରଛାତ୍ରୀ ଙ୍କୁ ଉଚିତ୍ ଶିକ୍ଷା ଦେବା ଯୋଜନା କରିଛି ବିଭାଗ । ସମସ୍ତ ବିଦ୍ୟାଳୟରେ ଶିକ୍ଷୟିତ୍ରୀ, ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ଆପଣାଇଛି। ଏଥି ସହିତ ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍‌ପଲାଇନ୍‌ ନମ୍ବର ମଧ୍ୟ ଜାରି କରିଛି । ମହିଳା ହେଲ୍‌ପଲାଇନ୍‌ ନଂ- ୧୮୧, ଶିଶୁ ହେଲ୍‌ପଲାଇନ୍‌ ନଂ- ୧୦୯୮, ପୋଲିସ- ୧୧୨, ସ୍କୁଲ ଛାତ୍ର ହେଲ୍‌ପଲାଇନ ନଂ- ୧୮୦୦୩୪୫୬୭୨୨ ।

Exit mobile version